pakka

ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା’ ଲକ୍ଷ୍ମୀପୂଜା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା’ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି ଆସନ୍ତା କାଲି ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜା ହେଉଥିବା ଜଣାଯାଇଛି । ଏହି ପୂଜାରେ କର୍ତ୍ତା ଭାବରେ ସର୍ବେଶ୍ୱର ସାହୁ ଏବଂ ଅବନ୍ତୀ ସାହୁ ଦାୟିତ୍ୱ ସଂପାଦନ କରିଥିବା ବେଳେ ଉଦ୍ଧବ ପଣ୍ଡା ପୁରୋହିତ କାର୍ଯ୍ୟ ତୁଲାଇବେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋସ୍ନାରାଣୀ ସାହୁ, ନିର୍ମଳା ବିଶି, ମୀରା ଦଣ୍ଡସେନା, ସଂଯୁକ୍ତା ପୁରୋହିତ, କିଶୋର ନାଏକ, ଯଦୁମଣି ବିଶି, ସଂଜୀବ ସାହୁ ପ୍ରମୁଖଙ୍କ ସମେତ ଗାଁର ଅବାଳବୃଦ୍ଧ ସହଯୋଗ କରୁଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

19 − 16 =