ବେଲପଡା ଅଏଲାଭଟାଠାରେ ବ୍ଳକ ସ୍ତରୀୟ କଳା ଓ କଳାକାର ସମାବେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଏଁଲାଭଟାଠାରେ ବ୍ଳକ ସ୍ତରୀୟ କଲା ଓ କଲାକାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ କଳାକାର ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ନଗର ପରିକ୍ରମା କରୁଥିବା ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତି ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ସମ୍ମାନୀତ ଅତିଥି ସମ୍ପାଦକ ରସରାଜ ବୁଡେକ ଯୋଗଦାନ କରିଥିଲେ । ପଶ୍ଚିମ ଓଡ଼ିଶା ସଭାପତି ଅମିଲ ପୁଟେଲ ମୁଖ୍ୟବକ୍ତା ରୂପେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ୍ୟ କମିଟିର ସଦସ୍ୟମାନେ ସହଯୋଗ କରିଛନ୍ତି ଏବଂ ବେଲପଡା ଅଞ୍ଚଳର ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକୁ ରୋମାଞ୍ଚକର କରିଥିବା ଜଣାପଡିଛି । ବ୍ଳକ ଉପାଧ୍ୟକ୍ଷ ରୁକ୍ମଣ ସୁନା, ନୁନ୍‌ହାଡ ସମିତି ସଭ୍ୟ ପୁରୁନ୍ଦର ବାଗ, ଭରୁଆପାଲି ସରପଞ୍ଚ ପଦ୍ମାବତୀ ବାଗ, ସରମୁହାଣ । ସରପଞ୍ଚ ଦିଲିପ୍ ମାଝୀ ଯୋଗ ଦେଇ କାର୍ଯ୍ୟକୁ ଉତ୍ସାହିତ କରୁଥିଲେ । ସମୟ ୮ ଘଣ୍ଟାରେ ଜଗନ୍ନାଥ ମନ୍ଦିର ପୂଜା ଆରମ୍ଭ କରିଥିଲେ । ୯ଟାରେ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା । ୧୦ଟା ସମୟରେ ମୁଖ୍ୟ ଅତିଥି ବୃନ୍ଦକୁ ସ୍ଵାଗତ ୧୦:୧୫ ସମୟରେ ଅତିଥି ବୃନ୍ଦ ଦ୍ୱାରା ଇଷ୍ଟଦେବୀ ପୂଜନ ୧୦:୩୦ରେ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ । ସକାଳ ୧୧:୦୦ ସମୟରେ ପରିଚୟ ପ୍ରଦାନ ଓ ଅଭିଭାଷଣ ପରେ ସମସ୍ତ କଲାକାର ନିଜ ନିଜ କଳା ପରିଦର୍ଶନ କରି ମାନପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟ କମିଟିରେ କଳାକାର ସଂଘର ବ୍ଳକ ସଭାପତି ନରେନ୍ଦ୍ର ମେହେର, ବ୍ଳକ ସମ୍ପାଦକ ହଜାରୀ ଥିବା ବେଳେ ଜବାହରଲାଲ ସାହୁ ମଞ୍ଚ ପରିଚାଳନା କରୁଥିଲେ । ଏହି କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ କଳାକାର ସଂଘର ଜିଲ୍ଲା ସମ୍ପାଦକ ରସରାଜ ବୁଡେକ ଯୋଗଦାନ କରିଥିଲେ । ପଶ୍ଚିମ ଓଡ଼ିଶା ସଭାପତି ଅମିଲ ପୁଟେଲ ମୁଖ୍ୟବକ୍ତା ରୂପେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ୍ୟ କମିଟିର ସଦସ୍ୟମାନେ ସହଯୋଗ କରିଛନ୍ତି ଏବଂ ବେଲପଡା ଅଞ୍ଚଳର ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକୁ ରୋମାଞ୍ଚକ କରିଥିବା ଜଣାପଡିଛି ।

Leave A Reply

Your email address will not be published.

15 − seven =