ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ମହିଳାଙ୍କ ଦ୍ୱରାରା କୁମ୍‌କୁମ୍ ପର୍ବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଢେରାପଡାଠାରେ ଦେବାଙ୍ଗ ସଂପ୍ରଦାୟର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତି ଗୋଟିଏ ବର୍ଷ ଅନ୍ତରରେ ଶତାଧିକ ବର୍ଷ ଆଗରୁ ହୋଇ ଆସୁଥିବା ଏହି ଯାତ୍ରା ଦୀର୍ଘ ୯ଦିନ ଧରି ହେବାକୁ ଥିବା ବେଳେ ଏହାରି ମଧ୍ୟରେ ହର ଓ ଗୌରୀ ଆବାହନ, କଳସ ସ୍ଥାପନ ସହ ପାରମ୍ପାରିକ ପୂଜା ଓ ଆଳତି ହେଉଛି । ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଥିବା କୁମ୍‌କୁମ୍‌ ପୂଜା ଓ ଗଣପତି ପୂଜନରେ ଶତାଧିକ ବ୍ରତଧାରୀ ମହିଳା ଯୋଗଦେଇ ପୂଜାରେ ବସି ଶ୍ରୀଯନ୍ତ୍ର ଉପରେ ମନ୍ତ୍ରପାଠ ସହ ସିନ୍ଦୁର ପୂଜା କରିଛନ୍ତି । ପରେ ପରେ ମହିଳାଙ୍କ ମଧ୍ୟରେ ସିନ୍ଦୁର ମଖା ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ସୁଖୀ ଦାମ୍ପତ୍ତ୍ୟ ଜୀବନ ପାଇଁ ପରସ୍ପର ଶୁଭେଚ୍ଛା ଓ ଅଭିନନ୍ଦନ ଦିଆନିଆ ହୋଇଥିଲେ ।

Leave A Reply

Your email address will not be published.

4 − one =