oom

ପ୍ରଫେସର ଅଶୋକ କୁମାର ମହାନ୍ତି ପ୍ରଥମ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ଔଦଗିକ ସଂସ୍ଥାନ (ଏନ୍ଆଇଟି)ର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅଶୋକ କୁମାର ମହାନ୍ତିଙ୍କ ସମ୍ମାନରେ ପ୍ରଥମ ବକ୍ତୃତା କାର୍ଯ୍ୟକ୍ରମ ସଂସ୍ଥାନର ତିର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ତାଙ୍କ ଜନ୍ମ ମାସରେ ପ୍ରଥମ ସ୍ମାରକୀ ବକ୍ତୃତା ରଖିଥିଲେ ଭାରତର ସୁନାମଧନ୍ୟ ଧାତୁବିତ୍, ବିପିୟୁଟିର ପ୍ରାକ୍ତନ କୁଳପତି, ଜାତୀୟ ଧାତୁବିଦ୍ୟା ଗବେଷଣା କେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ତଥା ଖଡ଼ଗପୁର ଆଇଆଇଟିର ପ୍ରଫେସର ଡ. ଓମ୍‌କାର ନାଥ ମହାନ୍ତି । ଭାରତର ଇସ୍ପାତ ଶିଳ୍ପର ସ୍ଥାୟୀତ୍ୱ ଶୀର୍ଷକ ସମ୍ପର୍କରେ ପ୍ରଫେସର ମହାନ୍ତି ଚମତ୍କାର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ଓ ପ୍ରଫେସର ମହାନ୍ତିଙ୍କ ଛାତ୍ର ତଥା ଆର୍‌ଏସ୍‌ପିର ମୁଖ୍ୟ ଅତନୁ ଭୌମିକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ ମହାନ୍ତିଙ୍କ ଆବାହକତ୍ଵ, ଆର୍‌ଏସ୍‌ପିର ଅନ୍ୟତମ ମହାପ୍ରବନ୍ଧକ ଅସୀମ ସାବାତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧାତୁ ବିଦ୍ୟା ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ଚାଇରା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ନିଟ୍ରାର ସଭାପତି ତଥା ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରଫେସର ମହାନ୍ତିଙ୍କ ପତ୍ନୀ ତଥା ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଜ୍ୟୋସ୍ନା ପଟ୍ଟନାୟକ, ଏନ୍ଆଇଟିର କୁଳସଚିବ ପ୍ରଫେସର ରୋହନ ଧୀମାନ, ତଥା ବହୁ ପ୍ରଫେସର, ଆଲୁମନୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଦୁଇଦିନର ରହଣି ମଧ୍ୟରେ ପ୍ରଫେସର ମହାନ୍ତି ଅନୁଷ୍ଠାନର ଧାତୁବିଦ୍ୟାର ଅଧ୍ୟାପକ, ଇସ୍ପାତ କାରଖାନାରେ ଅଧିକାରୀ ବୃନ୍ଦ ଓ ବିପିୟୁଟିର ଅଧ୍ୟାପକ ତଥା କର୍ମକର୍ତ୍ତା ମାନଙ୍କୁ ଭାଷଣ ଦେବା ସହ ବୈଷୟିକ ଭାବନା ସମ୍ପର୍କରେ ଭାବ ବିନିମୟ କରିଥିଲେ ।

jittmm
Leave A Reply

Your email address will not be published.