centurian jitm

ସଇଁତଲା କେନ୍ଦୁପତ୍ର ରେଞ୍ଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ କେନ୍ଧୁଲିପ୍‌ ଡିଭିଜନର ଡିଏଫ୍‌ଓ ରଞ୍ଜିତ କୁମାର ମଲ୍ଲିକ ଯୋଗଦାନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ ସେଲମା ଓ ସ୍ଥାନୀୟ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କଲୋନୀ କେମ୍ପସ୍‌ରେ କେବଳ ନଡ଼ିଆ ଗଛ ବୃକ୍ଷରୋପଣ କରାଯାଇଥିଲା । ଏହି ସମୟରେ ଫରେଷ୍ଟର ସନୋଜ କୁମାର ନାୟକ, ମୋନାଲିସା ମିଶ୍ର, ହେମସାଗର ସାହୁ, ପୁଷ୍ପାଞ୍ଜଳୀ ବେହେରା, ଫରେଷ୍ଟ ଗାର୍ଡ ସୁମିତାଭ ତ୍ରିପାଠୀ, ରେଞ୍ଜ ସଭାପତି ସୁଶାନ୍ତ ମେହେର, ବାଇଣ୍ଡିଙ୍ଗ ଚେକର ବିବେକ ପାତ୍ର, ମାଧବ ସାହୁ, ଗୌର ମହାକୁର, ଡିଓ ହିମାଂଶୁ ପାତ୍ର, ପ୍ରେମଲାଲ ଷାଣ୍ଡ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.