om academy

ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁ ଚାଲିଗଲେ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଭୋର୍‌ ସମୟରେ ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ କୈଳାସ ଚନ୍ଦ୍ର ସାହୁ(୭୫)ଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ତଳେ କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିଂତୁ ବିଧିର ବିଧାନ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ଆଜି ସକାଳ ୫ ଘଣ୍ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜଣେ ଅମାୟିକ, ପରୋପକାରୀ ବରିଷ୍ଠ ସାମ୍ବାଦିକ ଭାବେ ସେ ପାଟଣାଗଡ଼ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.