jsm

କାହା ପାଇଁ ଲୋକ ମହୋତ୍ସବ, ଅଧାରୁ ଅଧିକ ଚୌକି ଖାଲି

csstore
  • କଳାକାର ପ୍ରଶାସନ-ମୁହାଁମୁହିଁ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହାଟପଦା ଠାରେ ଆଜି ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟାକ୍ଷ ଗୁଣ ସାଗର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପରେ ଯୋଗଦେଇ ଥିଲେ । କଳା,ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଅଣଦେଖା ଯୋଗୁଁ କଳାକାରମାନେ ବାଦ ପଡୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ଲୋକ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରୁ କଳାକାର ବୁଲୁ ବଗର୍ତ୍ତିଙ୍କ ସମେତ ଶତାଧିକ କଳାକାରମାନେ ଆସି ତୀବ୍ର ବିରୋଧ କରିବା ସହ କାହିଁକି କଳାକାରଙ୍କୁ ଡ଼କାଯାଉ ନାହିଁ ଯାହା ଫଳରେ ଏହି ମହୋତ୍ସବରୁ କଳାକାର ବାଦ ପଡିଛନ୍ତି ବୋଲି କିଛି ଘଣ୍ଟା ପର୍ଯ୍ୟନ୍ତ ଯୁକ୍ତିତର୍କ ସହ ପ୍ରଶାସନ ଓ କଳାକାର ମୁହାଁମୁହିଁ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । କଳାକାରମାନଙ୍କୁ ବୁଝାସୁଝା କରିବା ପରେ ଘଟଣାଟି ଶାନ୍ତ ହୋଇ ପଡିଥିଲା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ନାନାଦି ଚର୍ଚ୍ଚା ହେଉ ଥିବା ଦେଖା ଦେଇଛି । ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ପ୍ରଚାର ପ୍ରସାର ଅଭାବରୁ କଳାକାରମାନେ ମଧ୍ୟ ଆସି ନଥିବା ବେଳେ ଚୌକି ଖାଲି ରହି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହଜାର ହଜାର କଳାକାର ଏହି କାର୍ଯ୍ୟକ୍ରମରୁ ବାଦ ପଡିଥିବା ନେଇ କଳାକାର ମହଲରେ ଅସନ୍ତୋଷ ଦେଖା ଦେଇଛି ।

yuvodaya
Leave A Reply

Your email address will not be published.