pakka

ଜିଲ୍ଲା କବାଡି ଦଳ ଚୟନ ଅନୁଷ୍ଠିତ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସୁନ୍ଦରଗଡ଼ଠାରେ ହେବାକୁ ଥିବା ରାଜ୍ୟ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ବରଗଡ ଜିଲ୍ଲା ପୁରୁଷ, ବାଳକ ଦଳର ଆଜି ଚୟନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଶତାଧିକ ମହିଳା, ପୁରୁଷ, ବାଳକ ଓ ବାଳିକା ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଚୟନ ଶିବିର ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ କିଶୋର କୁମାର ମିଶ୍ର ଓ ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଚୟନକର୍ତା ଭାବରେ ରାଜେଶ ସେଠ୍, କାର୍ତ୍ତିକ ବାରିକ, ଶ୍ରୀକାନ୍ତ ବାରିକ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

5 × 5 =

error: Content is protected !!