pakka

ଲେଖାଲେଖିର ୧୦ମ ସାହିତ୍ୟ ମେଳା ଅନୁଷ୍ଠିତ

bbehera
  • ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର : ଅପର୍ଣ୍ଣା ମହାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର । ଯେଉଁ ସୃଷ୍ଟି କିଛି ସମୟ ପାଇଁ ମନକୁ ଆନ୍ଦୋଳିତ କରେ ସେ ଭଲ କବିତା ବୋଲି ଲେଖାଲେଖି ୧୦ମ ସାହିତ୍ୟ ମେଳାରେ ଅତିଥିମାନେ ମତପ୍ରକାଶ କରିଥିଲେ । ଭୁବନେଶ୍ୱର ସ୍ଥିତ ଲେଖାଲେଖି ଅନୁଷ୍ଠାନର ୧୦ମ ଦ୍ୱିଦିବସୀୟ ସାହିତ୍ୟ ମେଳା ମ୍ୟୁଜିକ ସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ପ୍ରଦୀପ୍ତ କୁମାର ବେହୁରାଙ୍କ ଆବାହକତ୍ୱ ଓ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସାହିତ୍ୟମେଳାର ପ୍ରଥମ ଅଧିବେଶନରେ ବିଶିଷ୍ଟ ଲେଖକ ତଥା କାର୍ଯ୍ୟକ୍ରମର ଅଧିକାରୀ କେନ୍ଦ୍ର ସାହିତ୍ୟ ଏକାଡେମୀ, କୋଲକାତା ମିହିର କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରଥିତଯଶା କବି ଭଗବାନ ଜୟସିଂହ ମୁଖ୍ୟଅତିଥି, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଲୋପାମୁଦ୍ରା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଅଳକା ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ସ୍ତମ୍ଭକାର ଛନ୍ଦା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ମୁଖ୍ୟଅତିଥି ଜୟସିଂହ ଉପରୋକ୍ତ ମନ୍ତବ୍ୟ ସହ କହିଥିଲେ ଯେ ପ୍ରତ୍ୟେକ ପ୍ରାଣସ୍ପର୍ଶୀ କବିତାରେ ଗୋଟିଏ ସୈନ୍ୟାସୀର ସ୍ୱର ଶୁଭେ । ଭାଷା ଉପରେ ଦକ୍ଷତା ଥିଲେ ସୃଷ୍ଟି ସମ୍ଭବ । ମୁଖ୍ୟବକ୍ତା ଶ୍ରୀମତୀ ମହାନ୍ତି କହିଲେ ଯେ, ଆତ୍ମାର ସ୍ୱଚ୍ଛତା ହିଁ କବିତାର ଚରିତ୍ର । ସେହିପରି ବାସ୍ତବ ପୁରସ୍କାର କବିର ମୃତ୍ୟୁପରେ ହିଁ ଆରମ୍ଭ ହୁଏ । ଏହି ଅବସରରେ କବି ପ୍ରଭାତ ନଳିନୀ ମହାପାତ୍ରଙ୍କୁ ଚଳିତ ବର୍ଷର ସାହିତ୍ୟ ମେଳା ପୁରସ୍କାର, ବିଶିଷ୍ଟ ଗାଳ୍ପିକା ରୁମଝୁମ ନାୟକଙ୍କୁ ଅର୍ଚ୍ଚନା ସାହୁ ସ୍ମୃତି ସମ୍ମାନ, ବିଶିଷ୍ଟ ଲେଖକ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ଓ ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ପୀତବାସ ମିଶ୍ରଙ୍କୁ ଲେଖା ଲେଖି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଏହି ଅବସରରେ ଡଃ ପ୍ରଶାନ୍ତ କୁମାର ମହାରଣାଙ୍କ ପୁସ୍ତକ ଅନୁରାଗ ଜହ୍ନରାତି ଓ ମୋ ପ୍ରୀୟ ପୃଥିବୀ ଓ ଅନ୍ୟାନ୍ୟ କବିତା, ଅଳକା ଚାନ୍ଦଙ୍କ ପୁସ୍ତକ ଡାଲିମ ଓ ଶ୍ରେଷ୍ଠ ଗଳ୍ପ, ନିରଞ୍ଜନ ଜେନାଙ୍କ ଅନୁବାଦ ପୁସ୍ତକ ଗୋପା, ରୁମଝୁମ ନାୟକଙ୍କ ପୁସ୍ତକ ପାଠକାଦୃତ ଗଳ୍ପ ତଥା ପଢାପଢି ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ଅଧିବେଶନ କାମଦେବ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ସାହିତ୍ୟ ଆଲୋଚନାରେ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ପୀତବାସ ମିଶ୍ର ମୁଖ୍ୟଅତିଥି, ଭୂପେନ ମହାପାତ୍ର ସମ୍ମାନିତ ଅତିଥି ଓ ସହଦେବ ସାହୁ ସମ୍ମାନିତ ବକ୍ତାଭାବେ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶୀ ମିଶ୍ର ଜଗନ୍ନାଥ ଥିବା ପର୍ଯ୍ୟନ୍ତ ଓଡିଆ ଭାଷା କେବେ ମରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କବି କୁଞ୍ଜବିହାରୀ ରାଉତ ଓ ଆର୍ତ୍ତତ୍ରାଣ ମହାପାତ୍ର ମାନପତ୍ର ପଠନ କରିଥିଲେ । ତୃତୀୟ ଅଧିବେଶନ କବିତା ପାଠୋତ୍ସବରେ ଡାକ୍ତର କୃପାସିନ୍ଧୁ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କବିତାଗୁଡିକୁ ସଂଯୋଜନା କରିଥିଲେ ଅଙ୍ଗୁରବାଳା ପରିଡା ଓ ସୁକାନ୍ତୀ ମହାପାତ୍ର । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କବି ଭଗବାନ ଜୟସିଂହ, ଅପର୍ଣ୍ଣା ମହାନ୍ତି, ବିଜୟ ରାୟ, ଶିଶିର ନାୟକ, ସୁଜାତା ମହାପାତ୍ର, କୁଞ୍ଜବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର, ବୈଜୟନ୍ତୀ ମିଶ୍ର, ରୁମଝୁମ ନାୟକ, କାମଦେବ ମହାରଣା, ସୁଶାନ୍ତ କୁମାର ନାୟକ, ନବଜ୍ୟୋତି ରାୟ, ପ୍ରଭାତ ନଳିନୀ ମହାପାତ୍ର, ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ନିରଞ୍ଜନ ଜେନା, ହୃଷିକେଶ ସାହୁ, ପ୍ରଶାନ୍ତ କୁମାର ମହାରଣା, ନୃସିଂହାନନ୍ଦ ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ଅଜିତ ପାତ୍ର, କୃପାସିନ୍ଧୁ ନାୟକ, ପ୍ରଦୀପ୍ତ କୁମାର ବେହୁରା, ଅଙ୍ଗୁରବାଳା ପରିଡା ଓ ସୁକାନ୍ତୀ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ କବି ସୁକାନ୍ତ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀମାନେ ଗପସପ ସହ ଭାବର ଆଦାନ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

two × one =

error: Content is protected !!