pakka

ଆଉ ନାହାନ୍ତି ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ପ୍ରଖ୍ୟାତ ଜ୍ୟୋତିର୍ବିଦ ଅମରେନ୍ଦ୍ର ମିଶ୍ର ଆଉ ନାହାନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ତାଙ୍କର ଦେହାନ୍ତ ଘଟିଛି । ଚାରି ବର୍ଷ ତଳେ ମସ୍ତିଷ୍କ ଘାତ ହେବା ପରେ ସେ ନିଜ ଠିକାଦାରପଡା ଘରେ ରହି ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ହେଉଥିଲା । ଶେଷ ସମୟରେ ସହଧର୍ମିଣୀ ଜନକ, ପୁତ୍ର ସ୍ମାରକ, ପୁତ୍ରବଧୁ ଯସ୍ମୀନୀ, ଭାଇ ସୁଜ୍ଞାନେନ୍ଦ୍ର, ସୁଧୀର, ଶୈଳେନ୍ଦ୍ର ଓ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ । ପାର୍ଥିବ ଶରୀରର ଅନ୍ତେଷ୍ଟି କ୍ରିୟା ବିଭୁତିପଡା ସ୍ଥିତ ସ୍ୱର୍ଗଦ୍ୱାର ଠାରେ କରାଯାଇଥିବା ବେଳେ ପୁତ୍ର ସ୍ମାରକ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଅମରେନ୍ଦ୍ର ମିଶ୍ର ତରଭା ବ୍ଲକ ସରଗଜ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ନିଜସ୍ୱ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ସେ ନିଜ ଗ୍ରାମ ସରଗଜ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ହୋଇ ପାରିଥିଲେ । ପରେ ବଲାଙ୍ଗିର ପି ପି ଏକାଡେ଼ମୀ ସ୍କୁଲରେ ଦୀର୍ଘ ସମୟର ଶିକ୍ଷକତା ପରେ ପ୍ରଧାନ ଶିକ୍ଷକ ହୋଇ ଶିକ୍ଷକତା ଜୀବନର ଅନ୍ତ କରିଥିଲେ । ସ୍କୁଲର ଉନ୍ନତି ପାଇଁ ତାଙ୍କର ପ୍ରଚେଷ୍ଟା ତାଙ୍କ ପାଇଁ ବିଭିନ ସରକାରୀ ସମ୍ମାନ ଆଣି ଦେଇଥିଲା । ଚାକିରି ପରବର୍ତ୍ତୀ ଜୀବନରେ ସେ ଆଖ ପାଖ ଅଞ୍ଚଳର ଏକ ପ୍ରଖ୍ୟାତ ଜ୍ୟୋତିର୍ବିଦ ହୋଇ ପରିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ଏଭଳି ଜଣେ ବ୍ୟକ୍ତିର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

12 + sixteen =

error: Content is protected !!