pakka

ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ୫ଟି ମଧ୍ୟମରେ ନଗର ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଗତକାଲି ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ଡେମ୍ କଲୋନୀଠାରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ପୌର ପରିଷଦ ଦ୍ବାରା ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଆୟୋଜିତ ସଭାରେ ପୌରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ ପୌରହିତ୍ୟ କରିଥିବା ବେଳେ ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, କାଉନସିଲର ଜ୍ୟୋସ୍ନା ପାଇକ, ଶ୍ରୀମତୀ ପ୍ରିୟା ତାଣ୍ଡି, ଉମା ଚରଣ ରାଉତ, ଚନ୍ଦ୍ର ଶେଖର ବାଗ ମଞ୍ଚାସୀନ ଥିଲେ । ସଭାରେ ବସ୍ତିରେ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − 3 =