pakka

ଜମିବାଡି ବିବାଦକୁ ନେଇ ହଣାକଟା

ବାଲିପାଟଣା : ବାଲିପାଟଣା ଥାନା ସରାଟ ଗ୍ରାମରେ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ଝଟିଥିବା ଖବର ମିଳିଛି । ସୂଚନା ଅନୁସାରେ ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କ ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇଥିଲେ । ସଂଗେ ସଂଗେ ସଂଜୟଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସଂଜୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ପୋଲିସ ପହଞ୍ଚି ସାବତ ଭାଇ ଦେବେନ୍ଦ୍ର ଓ ସାବତ ମାଆକୁ ଗିରଫ କରିଛି ।

Leave A Reply

Your email address will not be published.

20 − 10 =