pakka

୪୦ କେଜି ଜିଲେଟିନ ଜବତ

kalikesh

କୋରାପୁଟ : କମ୍ବିଂ ଅପରେସନ ବେଳେ ୪୦ କେଜି ଜିଲେଟିନ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋରାପୁଟ ଥାନା ନାରାୟଣପାଟଣା ଥାନା ପାଚିଂ ଜଙ୍ଗଲରେ ନାରାୟଣପାଟରା ପୋଲିସ, ଡିଭିଏଫ୍‌ ଓ ବିଏସ୍‌ଏଫର ମିଳିତ କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ରବର ବୁଲେଟ ବନ୍ଧୁକ ଓ ୪୦ କେଜି ଜିଲେଟିନ ଜବତ କରାଯାଇଛି । ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଜଙ୍ଗଲ ଭିତରେ ରବର ବନ୍ଧୁକ ଓ ଜିଲେଟିନ ଗଚ୍ଛିତ କରି ରଖିଥିଲେ । କମ୍ବିଂ ଅପରେସନ ବେଳେ ଏହା ଜବତ ହୋଇଛି । କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

twenty − 2 =