ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥା ସିଏଚ୍‌ଏସ୍‌ଇର ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ୍‌ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ୍‌ ୧୩ରୁ ଆରମ୍ଭ ହେବ । କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସମସ୍ତ ବିଷୟର ଖାତା ଦେଖାହେବାକୁ ଥିବା ବଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ ବୋଲିି ଜଣାପଡିଛି ।

Leave A Reply

Your email address will not be published.