ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପାରଦର୍ଶିତା ପ୍ରଦର୍ଶନକରିଛନ୍ତି । +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ସନତ ଦଳାଇଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟବକ୍ତା ବୁଦୁଲା ଗ୍ରା.ପ ସରପଂଚ ରିନା ପଧାନ, ବ୍ଳକ ପ୍ରମେୟ ପ୍ରତିନିଧି ବିରାଜ ନନ୍ଦ ପାଢ଼ୀ, ସମାଜ ଆଗଲପୁର ପ୍ରତିନିଧି ଡାକ୍ତର ପୁଟେଲ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । କ୍ରୀଡା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବାସହ କୃତିପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଆଜିର ଶିଶୁ କାଲିର ନାଗରିକ, ନୂତନ ନବୀନ ଓଡିଶା ପ୍ରଗତିରେ ଯୁବବର୍ଗଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ଯୁବକ ଯୁବତୀମାନେ ସାମ୍ପ୍ରତିକ ସମାଜ ଗଠନର ବିକାଶ ଧାରାରେ ସାମିଲ୍‌ ହେବା ନିହାତି ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତସାବ୍ୟସ୍ଥ କରିଛନ୍ତି । ଗତ ୨୮/୧୧/୨୦୨୩ରୁ ଚାଲିଥିଲା ଏହାର ନୋଡାଲ୍‌ ଅଫିସର ବିରେନ୍ଦ୍ର କୁମାର ବାଗଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଖେଳଶିକ୍ଷକ ଚିନ୍ତାମଣୀ ପଧାନ ଓ ଚିତରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ୩ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

2 × 2 =