pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସନ୍ଥ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍‌ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡା ଓ ପ୍ରାଧ୍ୟାପକ ଗଜରାଜ ପାତ୍ର ସ୍ୱାମୀଜୀଙ୍କ ଜୀବନୀ ଓ ଆଦର୍ଶ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ.ନାୟକ ଛାତ୍ରଛାତ୍ରୀମାନଙ୍କୁ ଦେଶ ଓ ସମାଜ ଗଠନରେ ଯୁବଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଡ. ମନୋଜ କୁମାର ପ୍ରଧାନ ଓ ଅଧ୍ୟାପକ ସମୀର ନାଗ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଯୁବ ରେଡକ୍ରସ୍‌ର ସ୍ଵେଚ୍ଛାସେବୀ ଚନ୍ଦନ ସାହୁ ଓ ଅଜିତ କୁମାର ରଣା ତଥା କର୍ମଚାରୀ କାନ୍ତିଲାଲ ରଣା କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

1 + 20 =