pakka

ବ୍ଲକକୁ ଆସୁଥିବା ଅନୁଦାନକୁ ନେଇ ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିିଁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିଁ । ବ୍ଲକକୁ ଆସୁଥିବା ବିଭିନ୍ନ ଅନୁଦାନ ଟଙ୍କା ଠିକ୍ ଭାବରେ ଦିଆଯାଉ ନଥିବା ସହ ତାହାକୁ ସରକାରଙ୍କ ଗାଇଡଲାଇନ ଉଲଙ୍ଘନ କରି କାମ କରୁଥିବା ଅଭିଯୋଗ ଆଣିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏନେଇ ବୈଠକ ଆରମ୍ଭରୁ ହିଁ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ । ହେଲେ ଉତ୍ତର ରଖିବା ବଦଳରେ କେଉଁଟଙ୍କା କେତେ କାହାକୁ ଦେବି ତାହା ମୁଁ ବୁଝିବି ବୋଲି ଉତ୍ତର ରଖିଥିଲେ ଜିଲ୍ଲାପାଳ । ଯାହାକୁ ନେଇ ବିଧାୟକ ଉତ୍‌କ୍ଷିପ୍ତ ହୋଇ ନିଜ ଚୌକିରୁ ଉଠି ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ଓ ସେଠାରେ ପାଟିତୁଣ୍ଡ ହେବା ସହ ମୁହାଁମୁହିଁ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଜିଲ୍ଲାପାଳ ନିଜ ପିଏସଓଙ୍କୁ ଡାକିବାରୁ ତାହାକୁ ନେଇ ମଧ୍ୟ ରାଗି ଯାଇ ନିଜ ପିଏସଓକୁ ଡାକି ଥିଲେ ବିଧାୟକ । ଏହାକୁ ନେଇ ସରଗରମ ରହିଥିଲା ବୈଠକ । ତେବେ ରାଜ୍ୟ ସରକାରଙ୍କ ଠାରୁ ଆବଣ୍ଟନ ହେଉଥିବା ୧୨୦ କୋଟି ଟଙ୍କା ବଲାଙ୍ଗିର ଜିଲ୍ଲାକୁ ଆସୁଛି, ଅଥଚ ତାହାର ଅଧାଟଙ୍କା ମଧ୍ୟ ଦେଉନାହିଁ ଜିଲ୍ଲା ପ୍ରଶାସନ । ବାରମ୍ବାର ବିଭିନ୍ନ କାମକୁ ଭାଙ୍ଗି ପୁନର୍ବାର କରି ଟଙ୍କା ହେର୍‌ଫେର୍‌ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଓ ବିଧାୟକ ।

Leave A Reply

Your email address will not be published.

16 − 6 =