ଲୋଇସିଂହା କଲେଜରେ ନୂତନ ଓ ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଲନା ପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ମିଶ୍ର, କ୍ରୀଡା ପରିଚାଳନା ନୋଡାଲ ଅଫିସର ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ନୂତନ ନବୀନ ଓଡିଶାର ପ୍ରଗତିରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଯୁବକ ଯୁବତୀମାନେ ସାମ୍ପ୍ରତିକ ସମାଜ ଗଠନର ବିକାଶ ଧାରାରେ ସାମିଲ ହେବା ନିହାତି ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ସନ୍ତୋଷ ଦାଶ ପ୍ରାରମ୍ଭିକ ସୂଚନା ସମେତ ଅତିଥି ପରିଚୟ ତଥା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ବିଭିନ୍ନ କ୍ରୀଡା, ସାଂସ୍କୃତିକ ପ୍ରତିଯୋଗିତା ତଥା ସାମାଜିକ କାର୍ଯ୍ୟକଳାପ ଓ ଜନସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.