pakka

+୩ ପରୀକ୍ଷା ଫଳାଫଳରେ ଜେଏସ୍‌ଏମ୍‌ର ସଫଳତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : +୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାର ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ୮୦% ମାର୍କ ରଖିଛନ୍ତି ପୁଣି ପ୍ରତି ବର୍ଷପରି ଏହି ବର୍ଷ ମଧ୍ୟ ୧୦୦% ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଏହା ସହିତ ସମ୍ୱଲପୁର ୟୁନିଭରସିଟି ଟପର ଭାବରେ କୁମାରୀ ଆଙ୍କିତା ପଧାନ (ଷଷ୍ଠ ସ୍ଥାନ) ଓ କୁମାରୀ ମହକ୍ ଗର୍କ (ଦଶମ ସ୍ଥାନ) ଅଧିକାର କରିଛନ୍ତି । ଏହି ବର୍ଷର ଫଳାଫଳ ଯୋଗୁଁ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟ ଗୌରବାନ୍ୱିତ ହୋଇଅଛି । ଆଗମୀ ଦିନଗୁଡିକରେ ଏହି ଜେଏସ୍‌ଏମ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା ଅନେକ ଛାତ୍ରଛାତ୍ରୀ ଜୀବନରେ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି ।

jay balangir
Leave A Reply

Your email address will not be published.

15 − 5 =