csstore

ପଖନମୁଣ୍ଡା ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ବିରଂଚି ନାରାୟଣ ଦାଶଙ୍କ ନେତୃତ୍ୱରେ ସର୍ବ ପ୍ରଥମେ ନିଶାମୁକ୍ତ ଭାରତ ପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକ ବୃନ୍ଦ ଶପଥ ଗ୍ରହଣ କରିଥିଲେ । ତା’ପରେ ବିଶ୍ୱ ହସ୍ତୀ ଦିବସ ଉପରେ ପ୍ରକୃତି ବନ୍ଧୁ ଶ୍ରୀ ଦାଶ ଆଲୋକପାତ କରିଥିଲେ । ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ବିଦ୍ୟାଳୟରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା । ସର୍ବ ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ଆଜାଦି କା ଅମୃତ ମହୋତ୍ସବ ଉପରେ ଶିକ୍ଷକବୃନ୍ଦ ଧାରଣା ଦେଇଥିଲେ । ତା’ପରେ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ବିଭିନ୍ନ ସ୍ଲେଗାନ ଦେଇ ଗାଁ ପରିକ୍ରମା କରିଥିଲେ । ଗାଁ ପରିକ୍ରମା ସମୟରେ ଗ୍ରାମବାସୀ ମାନଙ୍କୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ କହିବା ସହିତ କିଛି ଗ୍ରାମବାସୀମାନଙ୍କୁ ତ୍ରିରଙ୍ଗା ପତାକା ଦିଆଯାଇଥିଲା ।ବିଦ୍ୟାଳୟକୁ ଫେରିବା ପରେ ଖାଦ୍ୟ ଖାଇବା ପରେ ଜାତୀୟ କୃମିନାଶକ ଦିବସ ଅବସରରେ ଆଶାକର୍ମୀ ତିଲମତି କୁମ୍ଭାର କୃମିନାଶକ ବଟିକା ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି, ଅଲେଖ ବନଗୋଲା, ସୁରଜ ଛତ୍ରିଆ, ନରେଶ ତାଣ୍ଡି ତଥା ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ ସମେତ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.