csstore

ଗୋପାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଟିଟିଲାଗଡ଼ର ୫୪ ଜଣ ଚାଷୀଙ୍କୁ ଋଣ ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ପ୍ରଥମ ଥର ଶାସନ ଗାଦିରେ ବସିଥିବା ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାର ଆସିବାର ଏକ ବର୍ଷ ଭିତରେ ଗୋପାଳକ ତଥା ଚାଷୀ ମାନଙ୍କ ନିମନ୍ତେ କାମଧେନୁ ଯୋଜନା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୁଭେନ୍ଦୁ ରଞ୍ଜନ ସେଠି, ଡ. ମଞ୍ଜୁଲତା ବାଗଙ୍କ ଉପସ୍ଥିତିରେ ଆଜି ଗୋପାଳକ ଭଗତ ରାମ ଅଗ୍ରୱାଲଙ୍କୁ ଦୁଇଟି ଗାଈ କିଣିବା ପାଇଁ ଋଣ ସହାୟତା କାର୍ୟ୍ୟାଦେଶ ପ୍ରଦାନ କରାଯାଇଛି । ତେବେ କାମଧେନୁ ଯୋଜନା ଅନ୍ତର୍ଗତ ଅଗଷ୍ଟ ମାସରୁ ଆଜି ଯାଏଁ ପାଖାପାଖି ୫୪ ଜଣଙ୍କୁ ଏହି ଋଣ ପ୍ରଦାନ କରାଯାଇଥିବା ଡ. ସେଠି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.