jsm

ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଗଙ୍ଗା ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କଲେ ସାଂସଦ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଗଙ୍ଗା ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମନ୍ତ୍ରୀ ବରିହାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଶୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସାଂସଦ ଶ୍ରୀ ବିଶିଙ୍କ ସହ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଝାଂଲ ସମାଜ ଲାଟ ସଭାପତି ହୃଷିକେଶ ବରିହା, ସାଧାରଣ ସମ୍ପାଦକ ଆଶାରାମ ବରିହା, ବଲାଙ୍ଗିର ଜିଲ୍ଲା ବ୍ଲକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ପାଟଣାଗଡ଼ ଯୁବମୋର୍ଚ୍ଚା ସଭାପତି ଗୌରିଶଙ୍କର ବରିହା, କୋଷାଧ୍ୟକ୍ଷ ବିପିନି ବରିହାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.