jsm

ଖଟଖଟିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ ଶିକ୍ଷକ ରଂଜୁ ଅମାତ ଯୋଗର ଉପକାରିତ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କୁ ଯୋଗ କରାଇଥିଲେ । ଉପସ୍ଥିତ ଶିକ୍ଷକ ସୁରେନ୍ଦ୍ର କମ୍ପ, ନୃପମଣୀ ମହାଳିକ, ସ୍ନେହାପ୍ରଭା ମହାପାତ୍ର, ଦୀପ୍ତିପ୍ରଭା ବୈଠାରୁ, ବନିତା ମେହେର, ବୈଶାଖୁ ବସ୍ତିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ର ଲିଲନ ବସ୍ତିଆ, ଚନ୍ଦ୍ରକାନ୍ତି ନାଏକ, ମାନସୀ ନାଗ, ସ୍ବାଗତ ପାଢ଼ୀ, ପ୍ରିନ୍ସ ଦେହୁରୀ ପ୍ରମୁଖ ଯୋଗ ଶିକ୍ଷାରେ ଭାଗ ନେଇଥିଲେ । ଏଥିରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.