jsm

ଚଟୁଅନକା ପଞ୍ଚାୟତରେ ଯୋଗ ଦିବସ ପାଳିତ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଚଟୁଅନକାସ୍ଥିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯୋଗ ଉପରେ ସବିଶେଷ ଆଲୋଚନା କରିବା ସହିତ ଯୋଗ ଅଭ୍ୟାସ କରାଯାଇଥିଲା ।ବିଦ୍ୟାଳୟର କବ ୟୁନିଟର ଛାତ୍ରମାନେ ବିଭିନ୍ନ ପ୍ରକାରର ବ୍ୟାୟାମ ଓ ଯୋଗ ପ୍ରଦର୍ଶନ କରିବା ସହିତ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଖେଇ ଥିଲେ । ଚଳିତ ବର୍ଷର ବିଷୟବସ୍ତୁ ମାନବତା ପାଇଁ ଯୋଗକୁ ସର୍ବବିଦିତ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ । ଶିକ୍ଷକ କିଶୋର ବରିହା ଓ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡୀ, ଥମିର ଛତ୍ରିଆ ସହଯୋଗ କରିଥିଲେ ।ଠିକ୍‌ ସେହିପରି ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ବାସନ୍ତୀ ସୁନାନୀ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମାମଣି କଲେତ ଉପସ୍ଥିତ ଥିଲେ । କିଶୋରୀ ବାଳିକା ଓ ମାଆମାନଙ୍କୁ ଯୋଗର ଉପକାରିତା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ । ତାପରେ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁମଦିନୀ ମାଝୀ, ଜୟକାନ୍ତୀ ମାଝୀ, ଲକ୍ଷ୍ମୀକାନ୍ତୀ ମାଝୀ, ରୋହିଣୀ ନିଆଲ, ନନ୍ଦିନୀ ଛତ୍ରିଆ, ଟିକେଶ୍ୱରୀ ନିଆଲ, ଲୀନା ନିଆଲ, ଜ୍ୟୋତ୍ସ୍ନା ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

yuvodaya
Leave A Reply

Your email address will not be published.