jsm

ବରଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବରଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିଲା । ଯୋଗର ଆମ ଶରୀରର ପ୍ରତିରକ୍ଷା ଉପରେ ବହୁତ ପ୍ରଭାବ ରହିଛି । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ଓ ମନ ସତେଜ ରହିବା ସାପ୍ସଗକୁ ଆତ୍ମାର ପବିତ୍ରତା ବୃଦ୍ଧି ପାଇଥାଏ ବୋଲି ଯୋଗ ଗୁରୁ ସ୍ୱାମୀ ନୀତିନ ଯୋଗୀ କହିଥିଲେ । ଏହି ଅବସରରେ ଗତକାଲି ବରଗଡ଼ ସଦର ମହକୁମାରେ ଥିବା ତପୋବନ ଆଶ୍ରମର ବୁଦ୍ଧ ହଲ୍ ଠାରେ ଆର୍ଟ ଅଫ ଲିଭିଙ୍ଗ ଏବଂ ଜେସିଆଇ, ବରଗଡ଼ ଶାଖା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଥିଲା । ତପୋବନ ଆଶ୍ରମର ସଭାପତି ପ୍ରିତମ ସିଂ ଏହି ଦିବସ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଯୋଗ ଗୁରୁ ଭୀଷ୍ମ ଖମାରୀ ଉପସ୍ଥିତ ସମସ୍ତଙ୍କୁ ଯୋଗ ପ୍ରାଣାୟାମ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତୀର୍ଥ ବାସୀ ଦେବତା, ଜେସିଆଇ ସଭାପତି ଅଜୟ ଅଗ୍ରୱାଲ, ସମ୍ପାଦକ ରୋହିତ ଅଗ୍ରୱାଲ, ବିଜୟ ବର୍ମା, ବିବେକ ବେରଲିୟା, ଗୈାରବ ଧାନୁକା, ଶଙ୍କର ଅଗ୍ରୱାଲ ସିଏମ ରାଓ, ସୁଶାନ୍ତ ତ୍ରିପାଠୀ, ଚନ୍ଦ୍ର ଶେଖର ରାଓ, ହରଜିନ୍ଦର କୌର, ସିଏଚ କଲିନି, ପ୍ରୀତି ତ୍ରିପାଠୀ, ସିଏଚ ମଞ୍ଜୁଲା ପ୍ରମୁଖ ଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.