ନ୍ୟାୟିକ ହେପାଜତରେ ଡିସେମ୍ବର ୪ ପର୍ଯ୍ୟନ୍ତ ରହିବେ କମେଡ଼ିଆନ୍‌ ଯୋଡ଼ି ଭାରତୀ ଓ ହର୍ଷ

ମୁମ୍ବାଇ : ନ୍ୟାୟିକ ହେପାଜତରେ ଡିସେମ୍ବର ୪ପର୍ଯ୍ୟନ୍ତ ରହିବେ କମେଡ଼ିଆନ୍‌ ଯୋଡ଼ି ଭାରତୀ ଓ ହର୍ଷ । ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍‌ଟ୍ରୋଲ ବ୍ୟୁରୋ(ଏନସିବି) । ପତିପତ୍‌ତ୍ନୀଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ବର ୪ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଅଦାଲତ । ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ବି ଆଜି ଛୁଟି ଥିବାରୁ ଆସନ୍ତାକାଲି ଜାମିନ ଆବେଦନ ଉପରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.