ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ : ଜାଣନ୍ତୁ ଏହାର ଗୁରୁତ୍ୱ

ନୂଆଦିଲ୍ଲୀ : ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ଶେଷ ଦିନରେ ଅର୍ଥାତ୍ ୩୦ ନଭେମ୍ବରରେ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ହେବ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ହେବ । ଏହାପୂର୍ବରୁ ୨୦୨୦ ମସିହାରେ ଚନ୍ଦ୍ରଗ୍ରହଣ ୧୦ ଜାନୁଆରୀ, ୫ ଜୁନ୍ ଏବଂ ୫ ଜୁଲାଇରେ ଦେଖାଯାଇଥିଲା ।

ଏଥର ଏହି ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । ବାସ୍ତବରେ, ଏହି ଦିନଟି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ସ୍ନାନ ଏହି ଦିନ ଶେଷ ହେବ । ପୁଣି ସୋମବାର ଦିନ ଏହା ପଡ଼ୁଛି । ଏହା ବ୍ୟତୀତ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ୫୫୧ତମ ଜନ୍ମଦିନ ମଧ୍ୟ ଏହି ଦିନ ପାଳନ କରାଯିବ । ଏଣୁ ତେବେ ଏହି ଦିନଟି ଖୁବ୍‌ ଗୁରୁ‌ତ୍ୱପୂ‌ର୍ଣ୍ଣ ବୋଲି ଜ୍ୟୋତିଷମାନେ ମତ ଦେଇଛ‌ନ୍ତି ।

Leave A Reply

Your email address will not be published.