csstore

ଆଦିବାସୀମାନଙ୍କ ମର୍ୟ୍ୟାଦାହାନୀ କରିଥିବା ବିଜେଡ଼ି ନେତା ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ଥାନାରେ ଅଭିଯୋଗ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀମାନଙ୍କ ମର୍ୟ୍ୟାଦାହାନୀ କରିଥିବା ବିଜେଡ଼ି ନେତା ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ସଦର ଥାନାରେ ଅଭିଯୋଗ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଦିବାସୀମାନେ ବିରୋଧୀ ଦଳର ପ୍ରରୋଚନାରେ ପଡ଼ି ଆନ୍ଦୋଳନ କରୁଛନ୍ତି ବୋଲି ବିଜେଡ଼ି ନେତା ପ୍ରଦୀପ ଗୁରୁ ମିଥ୍ୟା, ମନଗଢ଼ା, ଭିତ୍ତିହୀନ ତଥା ରାଜନୈତିକ ଅଭିସନ୍ଧିମୂଳକ ମନ୍ତବ୍ୟ ଦେଇଛନ୍ତି ଓ ଏହାଦ୍ୱାରା ଆଦିବାସୀଙ୍କୁ ମାନସିକ ନିର୍ୟ୍ୟାତନା ପହଂଚାଇଥିବା ଅଭିଯୋଗ କରାଯାଇ ତାଙ୍କୁ ତୁରନ୍ତ ଗିରଫ୍‌ କରାଯିବାକୁ ଦାବୀ କରାଯାଇଛି ।

ସଭାପତି ବନଲତା ମାଝୀଙ୍କ ସହ ଅଚ୍ୟୁତ ଧରୁଆ, ଥବିର ପୁଝାରୀ, ଭୁବନେ ମାଝି, ନିରଂଜନ ମାଝି, ସୁରେଶ ବରିହା, ମାଧବ ବରିହା, ଜୟକୃଷ୍ଣ କୁତୱାଲ, ରୁଦ୍ର ମାଝି, ସୁଧିଷ୍ଟି ମାଝି, ହେମନ୍ତ ମାଝି ପ୍ରମୁଖ ସଦର ଥାନାରେ ଅଭିଯୋଗ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.