ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା : ଯୁବ ସାମ୍ବାଦିକ ଶୁଭ୍ରାଂଶୁ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେବାର ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରର ଆଉ ଜଣେ ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଶ୍ରୀ ମିଶ୍ର ବଲାଙ୍ଗିର ପେଲେସ୍‌ଲାଇନ ବାସିନ୍ଦା ହୋଇଥିବା ବେଳେ ଗତ ୨୦୧୯ରେ ସମ୍ବାଦର ସାଲେଭଟା ପ୍ରତିନିଧି ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେ ଗତ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ତାଙ୍କ ଅକାଳ ବିୟୋଗରେ ଜିଲାର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.

20 + 15 =

error: Content is protected !!