ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ସ୍ଥିତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଜିରାଓ କକ୍ଷରେ ଛାତରୁ ପାଣି ଝରୁଥୁବା ନେଇ ଅଭିଯୋଗ ହେଉଛି । ଫଳରେ ସ୍କୁଲରେ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ସାମାନ୍ୟ ବର୍ଷାରେ ଏହି ଅବସ୍ଥା ଦେଖିବାକୁ ମିଳିଥାଏ । ରବିବାର ଦିନ ମଧ୍ୟ ସାମାନ୍ୟ କିଛି ଘଣ୍ଟା ବର୍ଷାରେ ଛାତରୁ ପାଣି ଝରୁଛି । ଆଗକୁ ସମ୍ପୂର୍ଣ୍ଣ ବର୍ଷା ରୁତୁ ବାକି ଥିବାରୁ ଆଗକୁ କିଭଳି ଅବସ୍ଥାର ସମ୍ମୁଖୀନ ହେବେ ଛାତ୍ରଛାତ୍ରୀ ତାକୁ ନେଇ ଆଶଙ୍କା ସୃଷ୍ଟି ହେଉଛି । ପ୍ରଶାସନ ଯଥାଶୀଘ୍ର ଏହାର ମରାମତି କରିବାକୁ ଅଭିଭାବକ ମହଲରେ ଦାବୀ ହେଉଛି ।