ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ହର ବଘାରଙ୍କ ୮୬ ବର୍ଷ ବୟସରେ ନିଜ ଗ୍ରାମ ଅର୍ଜୁଣ୍ଡାରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ବଘାର ପୁଇଁତଲା ବ୍ଲକ ଅଞ୍ଚଳରେ ଜଣେ ନିର୍ଭୀକ ରାଜନେତା ଓ ସମାଜସେବୀ ଭାବରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର, ବଧୁ, ନାତି, ନାତୁଣୀ ତଥା ପରିବାରର ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଅର୍ଜୁଣ୍ଡା ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଦେହାନ୍ତ ଖବର ପାଇ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଓ ତାଙ୍କର ସହଯୋଗୀମାନେ ଅର୍ଜୁଣ୍ଡା ଗ୍ରାମରେ ପହଂଚି ସ୍ୱଗର୍ତ ବଘାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତକ ପରିବାରଙ୍କୁ ସାନ୍ତ୍ୱନା ଦେବା ସହ ସ୍ୱଗର୍ତ ଆତ୍ମାର ସଦ୍ଗତି କାମନା କରିଥିଲେ ।