ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଜୀବନ ଗଲା

ସୁନ୍ଦରଗଡ଼ : ପାରିବାରିକ କଳହ ଯୋଗୁଁ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଜୀବନ ଯାଇଥିବା ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ମହିଳା ହେଲେ ସମ୍ବାରୀ ନାୟକ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଏଭଳି କାଣ୍ଡ ଭିଆଇ ଥିବା କୁହାଯାଇଛି । ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ବୁଧୁ ମୁଣ୍ଡା ଘରୁ ଫେରାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.