ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ପ୍ରୋତ୍ସାହିତ କରିବ ଆମେରିକା : ପ୍ରଣୟନ ହେଲା ଆଇନ

ୱାଶିଂଟନ୍‌ : ଆମେରିକାର ସଂସଦର ପ୍ରତିନିଧି ସଭା ଏକ ଆଇନ ପ୍ରଣୟନ କରିଛି, ଯାହା ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିଅରଙ୍କ କାର୍ଯ୍ୟ ଏବଂ ସେମାନଙ୍କ ବିଚାର ଅଧ୍ୟୟନ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଭାବ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ଏହି ଆଇନର ଡ୍ରାଫ୍ଟ ମାନବ ଅଧିକାର କର୍ମୀ ତଥା ପୂର୍ବତନ ସାଂସଦ ଜନ୍ ଲେବିସ୍‌‌ଙ୍କ ‌ଦ୍ୱାରା ପ୍ରସ୍ତୁତ କରାଯାଇଥିଲା, ଯିଏକି ଚଳିତ ବର୍ଷ ମୃତ୍ୟୁ ବରଣ କରିଛନ୍ତି ।

ଏହି ବିଲକୁ ଭାରତବଂଶୀ ସାଂସଦ ସଦସ୍ୟ ଡ. ଏମି ବେରା ସମର୍ଥନ କରିଛନ୍ତି । ଏହି ଆଇନ ମାଧ୍ୟମରେ ଆମେରିକା-ଭାରତ ପବ୍ଲିକ ପ୍ରାଇଭେଟ୍‌ ବିକାଶ ଫାଉଣ୍ଡେସନ ପ୍ରତିଷ୍ଠା ହେବ । ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିଅର୍‌ ଗୃହର ବୈଦେଶିକ ବ୍ୟାପାର କମିଟିର ସଭାପତି ଏଲିଅଟ୍ ଇଙ୍ଗେଲ କହିଛନ୍ତି ଯେ, ଏହି ଆଇନ ପରେ ଦୁଇ ଦେଶ ଗାନ୍ଧୀ ଏବଂ ମାର୍ଟିନ୍ ଲୁଥର୍‌ଙ୍କ ନୀତି ଅଧ୍ୟୟନ କରିବେ ଏବଂ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ମିଳିତ ଭାବରେ କାର୍ୟ୍ୟ କରିବେ ।

Leave A Reply

Your email address will not be published.