ପଦ୍ମପୁର ଅଞ୍ଚଳରେ ମୁକୁଳା ପଡିଛି ଟ୍ରାନ୍ସଫର୍‌ମର୍‌ : ଲୋକଙ୍କ ଜୀବନ ବି ଯାଇପାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅଞ୍ଚଳରେ ବହୁତ ଗୁଡାଏ ଟ୍ରାନ୍ସଫର୍‌ମର୍‌ ମୁକୁଳା ଅବସ୍ଥାରେ ପଡି ରହିଛି । ମୁକୁଳା ରହିବାରୁ ଲୋକଙ୍କର ଜୀବନ ପ୍ରତି ବିପଦ ଅଛି । ଏହାର କୌଣସି ରକ୍ଷଣାବେକ୍ଷଣ କି ତାର ବାଡ ନଥିବାରୁ କେତେବେଳେ ବି କାହାର ଜୀବନ ପ୍ରତି ଅଘଟଣ ହୋଇପାରେ । ଏପରିକି ମଣିଷ ବ୍ୟତିତ ଗାଈଗୋରୁ ମଧ୍ୟ ସୁରକ୍ଷିତ ନୁହଁନ୍ତି । ବିଦ୍ୟୁତ ବିଭାଗର ଚେତା ପଶିବ କି କୌଣସି ଲୋକଙ୍କର ମୃତ୍ୟୁ ଯଦି ହୁଏ ! କେବଳ ଟ୍ରାନ୍ସଫରମର ବସାଇବାର ନିୟମ ଅଛି ଓ ତାର ସୁରକ୍ଷା ପାଇଁ ତାରବାଡର ବ୍ୟବସ୍ଥା ନାହିଁ, ଏହାର ଉତ୍ତର ଦେବେ କି ଶକ୍ତି ବିଭାଗର କର୍ତ୍ତୃପକ୍ଷ ଓ ଶକ୍ତି ମନ୍ତ୍ରୀ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବିଭାଗୀୟ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.