pakka

ଜୟତରୁଣ ଯୁବକ ସଙ୍ଘ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ : ଶାନ୍ତି ଶୃଙ୍ଖଳିତ ସମାଜ ଗଠନ ପାଇଁ ଯୁବ ଶକ୍ତିର ଆବଶ୍ୟକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମଠାରେ ଆଜି ଜୟତରୁଣ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଅବସରରେ ଶାନ୍ତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଜାତିୟ ଯୁବ ଦିବସ ଉତ୍ସବରେ ଯୁବ ସାମ୍ବାଦିକ ଗୋରେଖନାଥ ବରିହା ମୁଖ୍ୟ ଅତିଥି, ସ୍ଵେଚ୍ଛାସେବୀ ସମାଜସେବୀ ତଥା କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ସଭାପତି ସଞ୍ଜିବ କୁମାର ପୁଟେଲ, ପୂର୍ବତନ ନାଏବ ସରପଞ୍ଚ କୁରେଶ୍ଵର ବରିହା, ଧୂବଲବରିହା, ମଞ୍ଚ କଳାକାର ନିଳାମ୍ବର ମଲ୍ଲିକ, ଭିଷ୍ମ ଷ୍ଟାଣ୍ଢ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶ ଗଠନରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବପିଢି ଏକାକୃତ ଭାବେ ଗାଁ ଉନ୍ନତି ପଥରେ ଆଗେଇ ଆସିବା ସଙ୍ଗେ ନିଶା ଦ୍ରବ୍ୟ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେବା, ଶାନ୍ତି ଶୃଙ୍ଖଳିତ ସମାଜ ଗଠନ ଦିଗରେ ଯୁବ ଶକ୍ତିର ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ଶମ୍ଭୁ ପ୍ରସାଦ ଘିଭେଲା, ଅତିଥି ପରିଚୟ ସହ ଦିବସ ପାଳନ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ସମ୍ୟକ ସୂଚନା ଦେବା ସହ ସଂଯୋଜନା କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ଭବାନୀ ଶଙ୍କର ପାଣିଗ୍ରାହୀ, ସନ୍ତୋଷ ଘିଭେଲା ଅତିଥି ମାନଙ୍କୁ ଫୁଲ ଗୁଚ୍ଛ ଉପଢୌକନ ଦେଇ ସ୍ଵାଗତ କରିଥିଲେ । ସମସ୍ତେ କୋଭିଡ୍‌ ନିୟମ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଜୟତରୁଣ ଯୁବକ ସଂଘ ସମ୍ପାଦକ ଜଗନ୍ନାଥ ବରିହା, ନିମାଇଁ ଚରଣ ଷ୍ଟାଣ୍ଢ, ଅନୀଲ ବରିହା, ସୁଦାମ ପୁଟେଲ, ଚୈତନ୍ୟ ପୁଟେଲ, ଆନନ୍ଦ ପୁଟେଲ, ବୈକୁଣ୍ଠ ସାହୁ, ନରୋତ୍ତମ ପୁଟେଲ, ଉତ୍ତମ ପୁଟେଲ, ଅମିର ବରିହା, ସୁରେଶ କୁମାର ଷ୍ଟାଣ୍ଢ ନୀତି ମଲ୍ଲିକ, ଅଜିତ ପୁଟେଲ, ରଘୁମଣି ବରିହା, ଗଙ୍ଗାଧର ପୁଟେଲ, ମନୋଜ୍ ବରିହା, ଲକେଶ ରାଉତ, ଶୁଶାନ୍ତ ରାଉତଙ୍କ ସହ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଜୟ ତରୁଣ ଯୁବକ ସଂଘର ସମ୍ପାଦକ ଜଗନ୍ନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + seven =