pakka

ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

bbehera

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ନମ୍ବର ୧୮ର ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଆକର୍ଷଣ ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ମୁଖ୍ୟ ଓମ୍‌ ପ୍ରକାଶ କୁମ୍ଭାର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଓ ଯୁବ ନେତା ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକରେ ୧୮ ନମ୍ବର ଜୋନ ପ୍ରାୟ ସମସ୍ତ ପଞ୍ଚାୟତରୁ କଂଗ୍ରେସ ଦଳର ନେତୃ ମଣ୍ଡଳୀ ପହଁଚିଥିଲେ ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ କିପରି ବିଜୟ କରିବେ ସେ ବିଷୟରେ ଆଲୋଚନା କରି ବୈଠକକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.

three × three =