nursing

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ସେମିନାର କାର୍ଯ୍ୟକ୍ରମ

p purohit

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ନେସ୍‌ନାଲ ଇନ୍‌ଫର୍‌ମେସନ୍‌ ସେଣ୍ଟରରେ ଦିନ ୧୧ ସମୟରେ ଆରମ୍ଭ ହୋଇଛି ସେମିନାର୍‌ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିବା ବେଳେ ପରିଚାଳନା କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ । ତେବେ ଏହି ସେମିନାର୍‌ରେ ପ୍ରଫେସର ଡ. ସନ୍ତୋଷ କୁମାର ମେହେର, ଓଏଭି ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଅବସରପ୍ରାପ୍ତ ଅଧ୍ୟାପକ ରାମଶରଣ ହୋତା ନିଜ ନିଜ ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ରାଜେନ୍ଦ୍ର ୟୁନିଭର୍‌ସିଟିର ରେଜିଷ୍ଟ୍ରାର୍‌ ଡ. ଦୁର୍ଗାପ୍ରସନ୍ନ ମହାପାତ୍ର, ପିଆର୍‌ ହାଇସ୍କୁଲର ବରିଷ୍ଠ ଶିକ୍ଷକ ରାମଗୋପାଲ ଖାମାରୀ ଶର୍ମା ଏବଂ ରାଜେନ୍ଦ୍ର ୟୁନିଭର୍‌ସିଟିର ପିଜି. କାଉନ୍‌ସିଲ୍‌ ଚେୟାରମେନ୍‌ ରବିଶଙ୍କର ପାଣ୍ଡିଆ ପଠିତ ସନ୍ଦର୍ଭ ସଂପର୍କରେ ଆଲୋଚନା କରିଥିଲେ ।


ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନ୍ ଲାଇନ୍ ମାଧ୍ୟମରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଶିଷ୍ଟ ଶିକ୍ଷାବିତ ସନାତନ ଠାକୁର, ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ବିଶିଷ୍ଟ ଚିତ୍ର ଶିଳ୍ପୀ ବାସୁଦେବ ମେହେର ଓ ଦିଲୀପ କୁମାର ସିଂହ ଦେଓ ଯୋଗ ଦେଇଥିଲେ। ତେବେ ଏହି ପ୍ରତିଯୋଗିତାରେ କୁଇଜ୍ ଜୁନିଅର ବିଭାଗରେ ପ୍ଲାବନ ପ୍ରିୟଦର୍ଶନ ପ୍ରଥମ, ଅଂଶୁମାନ ମିଶ୍ର ଦ୍ୱିତୀୟ ଓ କଲ୍ୟାଣୀ ମେହେର ତୃତୀୟ, ସିନିଅର ବିଭାଗରେ ସମ୍ଭାନ୍ତ ପଟ୍ଟନାୟକ ପ୍ରଥମ, ସ୍ବାତୀ ସ୍ୱାଗତିକା ଦୋରା ଦ୍ୱିତୀୟ ଓ ଅନିଶା ଗୋୟଲ ତୃତୀୟ ହୋଇଛନ୍ତି । ଏଲୋକେସନ୍‌ ସିନିଅର୍‌ ବିଭାଗରେ ପ୍ରଥମ ସ୍ଥିତପ୍ରଜ୍ଞା ତ୍ରିପାଠୀ, ଦ୍ୱିତୀୟ ଚିନ୍ମୟ ବେହେରା ଓ ତୃତୀୟ ହୋଇଛନ୍ତି ସନ୍ଦେଶ ଖମାରୀ । ଏଲୋକେସନ୍ ଜୁନିୟର ବିଭାଗରେ ଅର୍ମାନ ପଟ୍ଟନାୟକ ପ୍ରଥମ, ସରିତା ଭୋଇ ଦ୍ୱିତୀୟ, ସଂଜ୍ଞା ସୁଶ୍ରିତା ଭୋଇ ତୃତୀୟ। ସିନିଅର ଚିତ୍ରକଳାରେ ସମୀର ପୁଟେଲ ପ୍ରଥମ, ବାପିଶ୍ରୀ ଘିଭେଲା ଦ୍ୱିତୀୟ, ବିଶାଲ ବର୍ମା ତୃତୀୟ, ଜୁନିୟର ବିଭାଗରେ ବଳଦେବ ଦ୍ୱାରୀ ପ୍ରଥମ, ଦିବ୍ୟରଂଜନ ଚୌଧୁରୀ ଦ୍ୱିତୀୟ ଓ ମାନବ ବର୍ମା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

upahar
Leave A Reply

Your email address will not be published.

18 − 4 =