୪୫ ବର୍ଷର ଏକମାତ୍ର ଗାନ୍ଧୀ ମନ୍ଦିରକୁ ସରକାରୀ ସ୍ତରରେ କୌଣସି ସହଯୋଗ ମିଳିନାହିଁ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଗାନ୍ଧୀ ଜୟନ୍ତୀ । ଆସନ୍ତୁ ଯିବା ଓଡ଼ିଶାର ଏକମାତ୍ର ଗାନ୍ଧୀ ମନ୍ଦିର । ଯାହା ସମ୍ବଲପୁର ଉପକଣ୍ଠ ଭତରା ଗ୍ରାମଠାରେ ଅଛି । ଏହି ମନ୍ଦିରରେ ପୂଜା ପାଉଛନ୍ତି ଗାନ୍ଧୀ । ସକାଳୁ ଭଜନ ହୁଏ ରଘୂପତି ରାଘବ ରାଜାରାମ । ମନ୍ଦିର ଚୂଡ଼ାରେ ଅଛି ଜାତୀୟ ପକ୍ଷୀ ମୟୂର ଓ ଭାରତମାତାଙ୍କ ଛବି । ସାମ୍ନାରେ ଅଶୋକ ସ୍ତମ୍ଭ । ଏଭଳି ପରିକଳ୍ପନା ଥିଲା ଅଭିମନ୍ୟୁ କୁମାରଙ୍କ, ଯେ ଦଳିତ ଓ ଗାନ୍ଧିବାଦୀ ।
୧୯୭୨ ମସିହାରେ ମନ୍ଦିରର ଭିତ୍ତପ୍ରସ୍ତର ଦିଆହେଲା ଓ ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ଵାରା ଉଦଘାଟିତ ହେଲା । ବିଡମ୍ବନା ଯେ, ଏପର୍ୟ୍ୟନ୍ତ ସରକାରୀ ସ୍ତରରେ କୌଣସି ସହଯୋଗ ମିଳିନାହିଁ । ୪୫ ବର୍ଷର ଏହି ମନ୍ଦିରର ରକ୍ଷଣାବେକ୍ଷଣ ଓ ଦୈନନ୍ଦିନ ପରିଚାଳନା ପାଇଁ ସରକାରୀ ସ୍ତରରେ କୌଣସି ସହଯୋଗ ମିଳିନାହିଁ ।

Leave A Reply

Your email address will not be published.