ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୦୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୧୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୯୧ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡ଼ରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୪୭, କଟକରୁ ୩୫୮, ଦେବଗଡ଼ାରୁ ୧୧, ଢେଙ୍କାନାଳରୁ ୪୭, ଗଜପତିରୁ ୧୯, ଗଂଜାମରୁ ୩୧, ଜଗତସିଂହପୁରରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡ଼ାରୁ ୧୨୯, କେଉଁଝରରୁ ୧୦୬, ଖୋର୍ଦ୍ଧାରୁ ୭୬୬, କୋରାପୁଟରୁ ୬୬, ମାଲକାନଗିରିରୁ ୪୬, ମୟୁରଭଂଜରୁ ୧୫୬, ନବରଙ୍ଗପୁରରୁ ୧୧୬, ନୟାଗଡ଼ରୁ ୭୪, ନୂଆପଡ଼ାରୁ ୮୪, ପୁରୀରୁ ୧୧୫, ରାୟଗଡ଼ାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୮୯, ଷ୍ଟେଟ୍‌ ପୁଲ୍‌ ୧୫୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୨୬୩୩୪ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୩୨୬ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.