ହୀରାକୁଦ ଜଳଭଣ୍ଡାର : ଆଜି ସକାଳୁ ଅଧିକ ତିନୋଟି ଗେଟ୍ ଖୋଲା ଯାଇଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ରୁଲ୍ କର୍ଭ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ତାର ସର୍ବୋଚ୍ଚ ସୀମା ୬୩୦ ଫୁଟରେ ପହଞ୍ଚିଛି । ଏବେ ବର୍ଷା ଯୋଗୁଁ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ପାଞ୍ଚଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଛି । ପୂର୍ବରୁ ମାତ୍ର ଦୁଇଟି ଗେଟ୍ ଖୋଲା ଥିଲା । ଆଜି ସକାଳୁ ଅଧିକ ତିନୋଟି ଗେଟ୍ ଖୋଲା ଯାଇଛି । ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ଆହୁରି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.