ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରେ ଫଶିଥିବା ଏଠାକାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଗତ ଅପ୍ରେଲ ମାସରୁ ସରକାର ଆଣିଥିଲେ । ବଲାଙ୍ଗିର ଆଇଟିଆଇ ପଡିଆରେ ତାଙ୍କର ବ୍ୟବସ୍ଥା କରି ଏଠାରେ ରଖାଯାଇଥିଲା । ତାପରେ ଏଠୁ ନିଜ ନିଜ ଜନ୍ମଭୂମିକୁ ସମସ୍ତ ଦାଦନ ଶ୍ରମିକଙ୍କୁ ପଠାଯାଇଥିଲା । ଦୀର୍ଘଦିନ ଧରି ଏଠାରେ ରହିଥିବାରୁ ସେହି ଦିନଠୁ ପଡିଆରେ ଅଳିଆ ଆବର୍ଜନା ପଡିରହିଛି । ସେସବୁକୁ ସଫା କରିବା ପାଇଁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମର୍ଣ୍ଣିଂ ୱାକ୍ ଟିମର ଯୁବକମାନେ ଆସି ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଅନ୍ୟମାନଙ୍କ ପାଲଟିଛନ୍ତି ଉଦାହରଣ । ସମସ୍ତଙ୍କୁ ବିଭିନ୍ନ ମହଲରୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସହରର ଲୋକେ ।

Leave A Reply

Your email address will not be published.