
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡ଼ିଶା ସରକାରଙ୍କ ଦ୍ଵାରା ଅଙ୍ଗନୱାଡ଼ି ଶିଶୁ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଙ୍ଗନ କା ଉତ୍ସବ ନାମକ ଏକ ବୃହତ୍ ତଥା ସୁନ୍ଦର କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କ ପିତାମାତା, ଅଜାଆଈ ତଥା ଗ୍ରାମବାସୀଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନ ବାପାମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀର ପ୍ରତିଯୋଗିତା କରାଯାଇଥିଲା । ଦ୍ଵିତୀୟ ଦିନ ଅଙ୍ଗନୱାଡ଼ି ଛାତ୍ରଛାତ୍ରୀଙ୍କୁ ନେଇ ଖେଳ, ନାଚ, ଗପ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତା ସହିତ ଜେଜେମା ଜେଜେ ବାପାମାନଙ୍କୁ ଡାକି ଗପ ଶୁଣେଇବାର କାର୍ଯ୍ୟକ୍ରମ କରାଯାଇଥିଲା ଯଦ୍ୱାରା ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ତୃତୀୟ ଦିନରେ ପ୍ରଥମ ଦିନ ଭାଗ ନେଇଥିବା ବାପାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମାନପତ୍ର ସହିତ ଫଳମୂଳ ମଧ୍ୟ ପ୍ରଦାନ କରାଯାଇଥିଲା । ତା ସହିତ ତୃତୀୟ ତଥା ଅନ୍ତିମ ପୂଜାର୍ଚ୍ଚନା ଦିନ ଗ୍ରାମର ୫୦ ଜଣ ଲେଖାଏଁ ମା’ ବାପାଙ୍କୁ ସ୍କୁଲ ଡାକି ଖାଇବାକୁ ଦିଆଯାଇଥିଲା । ଖାଇବା ମଧ୍ୟରେ ବହୁ ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ଦିଆ ଯାଇଥିଲା । ପ୍ରତ୍ୟେକ ପିତାମାତାଙ୍କୁ ଦୁଇଟି ଲେଖାଏଁ ଅଣ୍ଡା, ଡାଲି, ଖଟା, ସାଲାଡ୍ ଓ ଶାଗ ଖାଇବାକୁ ଦିଆଯାଇଥିଲା । ସରକାରଙ୍କ ଏହି ଯୋଜନାକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଥିବା ବେଳେ ଆଜି ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ବହୁ ଧୁମ୍ ଧାମରେ ପାଳନ କରା ।ଯାଇଛି । ଏହି ଆଙ୍ଗନ୍ କା ଉତ୍ସବ କାର୍ଯ୍ୟକ୍ରମକୁ ଆଗଲପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଯୋଗ ଦେଇଥିଲେ । ସୁପର୍ ଭାଇଜର୍ ଦୁଲାରୀ ଧରୁଆ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସହିତ ବଲାଙ୍ଗିରରୁ ଡିପିଶି ମମତା ଦିଦି ଶିବାନୀ ଠାକୁର୍ ଓ ପ୍ରଣତି ନାୟକ ପ୍ରଭୃତି ଯୋଗ ଦେଇଥିଲେ । ଆଗଲପୁରର ସମସ୍ତ କେନ୍ଦ୍ରରୁ ଦିଦିମାନେ ଯୋଗ ଦେଇଥିଲେ । ସେମାନେ ହେଲେ ତାରାବତି ନାୟକ, ଜ୍ୟୋତ୍ସ୍ନା ମୟୀ ତାଣ୍ଡି, ଅନିତା ମେହେର, ପୁଷ୍ପଲତା ସେଠ୍, ପୂର୍ଣ୍ଣିମା ନାଗ, ନଳିନୀ ପ୍ରଭା ବାଗ୍ ଇତ୍ୟାଦି ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇଥିଲେ । ଏହି ଆଙ୍ଗନ୍ କି ଉତ୍ସବର ତୃତୀୟ ତଥା ଅନ୍ତିମ ପୂଜାର୍ଚ୍ଚନା ଦିନରେ ଆଶାକର୍ମୀ, ଅଙ୍ଗନୱାଡ଼ି ସାହାର୍ଯ୍ୟ କାରିଣୀ ଓ ଅଙ୍ଗନୱାଡ଼ି ଦିଦି ମାନଙ୍କୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସମ୍ମାନିତ କରିଥିଲେ ।