pakka

ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ପାଳିତ

bbehera

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କବି ଦିଲ୍ଲୀପ କୁମାର ସରାପଙ୍କର ଆବାହନରେ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସାହିତ୍ୟିକ ଅମୃତଲାଲ ସାହୁ । ଏହି ଅବସରରେ ଶ୍ରୀ ସାହୁ ତାଙ୍କର ବକ୍ତବ୍ୟରେ ଉଭୟ ସ୍ରଷ୍ଟାଙ୍କର ସାହିତ୍ୟିକ ଜୟଯାତ୍ରା ତଥା ସେମାନଙ୍କର ଅନେକ କୃତି ବିଷୟରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାଷା ପ୍ରତି ସେମାନଙ୍କର ଅନେକ ଅବଦାନ ରହିଥିବାରୁ ସେମାନେ ସବୁଦିନ ପାଇଁ ଏ ଜାତି ହୃଦୟରେ ଜୀବିତ ରହିବେ । ଦ୍ଵିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ -‘ସଙ୍ଗୀତ ସରଗମ” । ଏହାକୁ ପରିବେଷଣ କରିଥିଲେ ଯୁବକବି, ଅଧ୍ୟାପକ ତଥା ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମାନସ କୁମାର ଷଡଙ୍ଗୀ ଏବଂ ତାଙ୍କର ସାଥୀ କଳାକାର ମାନେ । ସଂଗୀତର ମଧୁର ମୂର୍ଚ୍ଚନାରେ ଦର୍ଶକ ମାନେ ବିମୋହିତ ହୋଇଥିଲେ । କବି ପୁସ୍ତମ୍ ଯୁଆଡି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ସହଯୋଗ କରିଥିଲେ ଅଧ୍ୟାପକ ସନ୍ତୋଷ କୁମାର ରାଉତ । ଶେଷରେ କବି ବଲ୍ଲବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × five =