
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ଆଇଡ଼ିଏଲ୍ ଅତିଥି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ଡାକ୍ତର ଫକୀର ଚରଣ ହୋତା, ଆଇଡ଼ିଏଲ୍ ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ କୁମାର ମହାନ୍ତି, ରାଜ୍ୟକର୍ମଚାରୀ ବୀମା ଯୋଜନାର ପ୍ରାକ୍ତନ ଅଧିକାରୀ ଡାକ୍ତର ବିଷ୍ଣୁପ୍ରିୟା ଦେଇ, ଶିକ୍ଷାବିତ୍ ଶାନ୍ତନୁ ମୁଦାଲି, ଦେବେନ୍ଦ୍ର କୁମାର ସାହୁ, ଆଇନଜୀବୀ ଆରତୀ ଚୌଧୁରୀ, ସାମାଜିକ କର୍ମୀ ସନାତନ ସାହୁ, କବି ଶ୍ରୀନାଥ ନାୟକ ପ୍ରମୁଖ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ, କର ବା ମର ଆନ୍ଦୋଳନ ସମ୍ପର୍କରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ତଥା ଜୟ ଯବାନ ଜୟ କିଷାନର ନାରା ସ୍ଲୋଗାନ ସର୍ବୋପରି ନବ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ସହ ସମ୍ପାଦିକ ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଅଲେଖ ସାହାଣୀ, ସୁନିତା ପରିଡା, ଆଶିଷ ରତନସିଂ, ନରହରି ଦାସ, ରାମଚନ୍ଦ୍ର ସାମଲ, ଅନ୍ତର୍ଯ୍ୟାମୀ ବେଉରା, ପ୍ରତିମା ପାଣିଗ୍ରାହୀ, ମିନା ବେହେରା, ଝୁନୁଲତା ସାହୁ, ବର୍ଷାରାଣୀ ସାହୁ, ପଲ୍ଲବୀ ସେଠି, ଚାନ୍ଦମଣୀ ମାଝୀ, କୈଳାଶ ଚନ୍ଦ୍ର ମଲ୍ଲିକ, କମଳାକାନ୍ତ ପତି, ସୁଲତା ସାହୁ, ପ୍ରଭାସିନୀ ରାଉତ ଓ ଅଭିଷେକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମହାପୁରୁଷ ଦ୍ୱୟଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସୁନିତା ପରିଡା ଧନ୍ୟବାଦ ଦେଇଥିଲେ ।