
ରାଉରକେଲା, (ସସ୍ମିତା ପ୍ରଧାନ) : “ଉଦ୍ୟମିତା ସଚେତନତା ଏବଂ ବିଶେଷ ବିକ୍ରେତା ବିକାଶ କାର୍ଯ୍ୟକ୍ରମ” ଆୟୋଜିତ ହୋଇଯାଇଛି । ଜାତୀୟ ଏସ୍ସି, ଏସ୍ଟି ହବ୍, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଫର୍ ଏସ୍ସି, ଏସ୍ଟି ଏଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୋର୍ସ (ଆଇସିସିଏସଡବ୍ଲୁଇ), ନୂଆଦିଲ୍ଲୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳା ଉଦ୍ୟୋଗୀମାନଙ୍କୁ ଉଦ୍ୟମିତା, ବ୍ୟବସାୟିକ ସୁଯୋଗ, ସରକାରୀ ଯୋଜନା, ବଜାର ସଂଯୋଗ ଏବଂ ବିକ୍ରେତା ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଆଇସିସିଏସ୍ଡବ୍ଲୁଇ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ସୁବୀର ପାଲ, ଜାତୀୟ ଏସ୍ସି, ଏସ୍ଟି ହବ୍, ଭୁବନେଶ୍ୱରର ଉପ ମହାପ୍ରବନ୍ଧକ ଏସ୍. କେ. ସାହା ଏବଂ ଆଇସିସିଏସ୍ଡବ୍ଲୁଇର ଜାତୀୟ ମହାସଚିବ ହେମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ କହିଥିଲେ, ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କୁ ମୁଖ୍ୟ ଅର୍ଥନୈତିକ ଧାରା ସହ ଯୋଡ଼ିବା ଦ୍ୱାରା ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ । ଏଥିରେ ସ୍ଥାନୀୟ ଉଦ୍ୟୋଗୀ ଓ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ ।