csstore

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ଅନ୍ତର୍ଗତ ଗୀତା ଭବନ ପରିସର ମଧ୍ୟରେ ଭାରତୀୟ ଜନତା ପାର୍ଟି ଜୟପାଟଣା ମଣ୍ଡଳ ଆନୁକୂଲ୍ୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଦିନ ସୁଶାସନ ଦିବସ ଭାବରେ ପାଳିତ ହୋଇଯାଇଛି । ଆୟୋଜିତ ସମାରୋହରେ ବାଜପେୟୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଉଦାହରଣ ବହୁଳ ଜୀବନ ଯାତ୍ରା ଉପରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଜୟନ୍ତୀ ସମାରୋହର ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ, ସାଧାରଣ ସମ୍ପାଦକ ମାନସ ନେଗୀ, ବରିଷ୍ଠ ବିଜେପି ନେତା ବିଜୟ ଦିସାରୀ, ଅଶୋକ କୁମାର ପଣ୍ଡା, ଉଆଁସୁ ବିଶ୍ଵାଳ, ଜଗ ମୋହନ ପଟ୍ଟନାୟକ, ଚୈତନ୍ୟ ସେଠୀ, ବିକ୍ରମ ଯୋଶୀ, ଲକ୍ଷ୍ମଣ ରଣା, ପରୀକ୍ଷିତ ନାଏକଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.