csstore

ପତିତପାବନ ଏକାଡେମୀର ହୀରକ ଜୟନ୍ତୀ ଅବସରରେ ହାଇସ୍କୁଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) :  ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ୨ ଦିନ ଧରି ହେବାକୁ ଥିବା ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆଠାରେ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସିନୁସୁନ୍ଦର ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ବିଚାରକ ଭାବେ ଟାଉନ୍ ବାଳକ ଉଚ୍ଚବିଦ୍ୟାଳୟର ପିଇଟି ବିକାଶ ଦାସ, ପୁଇଁତଳା ହାଇସ୍କୁଲର ପିଇଟି ବୁଦ୍ଧିରାଜ ବିଶ୍ଵାଳ, ବନ୍ଧପାଲି ବାଳିକା ଉଚ୍ଚବିଦ୍ୟାଳୟର ପିଇଟି ସୁଦର୍ଶନ ସେଠ୍, ଅଙ୍କରିଆପଦର ହାଇସ୍କୁଲର ପିଇଟି ପ୍ରଦ୍ୟୁମ୍ନ ରାଉତ, ପି.ପି ଏକାଡେମୀର ପିଇଟି ସଶ୍ମିତା ରାଣୀ ମିଶ୍ର, ଭୁତିଆରବାହାଲ ହାଇସ୍କୁଲର ପିଇଟି ଜନାର୍ଦ୍ଦନ ସାହୁ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଆଲୁମିନି କମିଟିର ହେମନ୍ତ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସାଏଦ ଅଫତାବ ହୁସେନ୍,  ନାସିର ଖାନ ଓ ଟାଉନ୍ ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ଯ୍ୟବାଳା ମିଶ୍ର ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକର ଖୋ-ଖୋ ଦଳ ଅଂଶଗ୍ରହଣ କରିଥିଲେ । ପୁରାତନ ଛାତ୍ର ସଂଜୀବ ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.