ଗୋପବନ୍ଧୁ ପାଠାଗାରରେ ଗାନ୍ଧୀ ଓ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତିର ପିତା ମହାତ୍ମାଗାନ୍ଧୀ ତଥା ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଗଜେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ୍ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧୀ ବାଦୀ ନାରାୟଣ ଦାସ ଯୋଗଦାନ କରି ଗାନ୍ଧୀଙ୍କ ସହ ତାଙ୍କର ବ୍ୟକ୍ତିଗତ ଅନୁଭୂତିର ସ୍ମୃତି ଚାରଣ ସହ ଆଜି ଗାନ୍ଧୀ ବାଦର ଚରମ ଦୁର୍ଦ୍ଦଶା ପାଇଁ କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତା ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଉଭୟ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନୀ ତଥା କର୍ମ ଆମ ପାଇଁ ଚିରଦିନ ଆଲୋକ ବର୍ତ୍ତିକା ସ୍ୱରୂପ ହୋଇ ରହିବ ବୋଲି କହିବା ସହ ସେମାନଙ୍କ ଆଦର୍ଶ ଅନୁସରଣ ସଙ୍ଗେ ସଙ୍ଗେ ତାହାକୁ ଆମ ଜୀବନରେ ପ୍ରତିଫଳନ କରି ପାରିଲେ, ତାହା ହିଁ ହେବ ସେମାନଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଭୂତି ଭୂଷଣ ଦାସ ଯୋଗଦେଇ ଗାନ୍ଧୀଙ୍କର ସତ୍ୟାଗ୍ରହ, ଅହିଂସା ନୀତି, ଅସ୍ତେୟ, ଜାତିପ୍ରଥା ଲୋପ, ଅସମତା, ସର୍ବଧର୍ମ ସମନ୍ୱୟତା, ଅସ୍ପୃଶ୍ୟତା ପ୍ରଭୃତି ସମାଜ ସଂସ୍କାର ମୂଳକ ପଦକ୍ଷେପ ଯୋଗୁଁ ସେ ମହାତ୍ମା ଭାବରେ ଭାବରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଥିଲେ ବୋଲି କହିଥିଲେ ।

ସଭାପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଦୁଇ ମହାପୁରୁଷଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଡ: ସତ୍ୟ ନାରାୟଣ ମିଶ୍ର ମନ୍ତ୍ର ପାଠ କରିଥିଲେ । ପାଠାଗାର ସଂପାଦକ ଡ. ଗିରିଜା ଶଙ୍କର ଗୋଶ୍ବାମୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ହରିହର ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ । କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ବନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହରିହର ନାୟକ, ଝୁଲଣ ଜେନା, ବୈକୁଣ୍ଠ ନାଥ ସାହୁ, ଜି.କେ.ରାୟ, କିଶୋରୀ ମୋହନ କର, ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସହାୟତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିହିର ରାୟ, ପ୍ରତାପ କୁମାର ରାୟ, ରାଜୀବ ପାଣି, ରାଜକୁମାର ମହାନ୍ତି, ଭୀମସେନ ସାହୁ ବିପିନ କୁମାର ପଟ୍ଟନାୟକ, ରାଧାମୋହନ ନାୟକ, ଅଶୋକ କୁମାର ଶୁକ୍ଳ, ପ୍ରଭାକର ସାହୁ, ଅଶୋକ ପଟ୍ଟନାୟକ, ତ୍ରୀଲୋଚନ ମିଶ୍ର, ପୁରୁଷୋତ୍ତମ ରାଉତମିନ ଚନ୍ଦ୍ର ରାଉତରାୟ, ବାସୁଦେବ ପାତ୍ର, ଭୂପେନ୍ ମହାପାତ୍ର, ଅଜିତ ମୋହନ ପୁଜାରୀ, ଶରତ କୁମାର ମହାନ୍ତି, ମଙ୍ଗୁଳି ଚରଣ ସାହୁ, ମାଥିଆସ ଲାକ୍ରା, ଏ.ପି. ଉପାଧ୍ୟାୟ, ବିଜୟ କୁମାର ପଟ୍ଟନାୟକ, ସରୋଜ ମହାନ୍ତି ସହରିଆ ଛୁରା, ପ୍ରଫୁଲ୍ଲ ସାମଲ, ପ୍ରମୋଦ କୁମାର ମହାନ୍ତି, ପ୍ରମୋଦ କୁମାର ପଟ୍ଟନାୟକ, ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

2 + 9 =

error: Content is protected !!