ଆଗଲପୁରରେ ଭାଜପାର ମିଶ୍ରଣ ପର୍ବ : ଶତାଧିକ ଯୁବକ ଦଳରେ ସାମିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ବଜାର ପ୍ରାଙ୍ଗଣରେ ଭାରତୀୟ ଜନତାପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟଦଳକୁ ଛାଡି ଶତାଧିକ ଯୁବକ ଆସି ଭାଜପାରେ ଯୋଗଦାନ କରିଛନ୍ତି । ମୁଖ୍ୟତଃ କେନ୍ଦ୍ରର ମୋଦୀଙ୍କ ଜନହିତକର କାର୍ଯ୍ୟ ଓ ଲୋଇସିଂହା ବିଧାୟକଙ୍କ ନେତୃତ୍ୱରେ ଚାଲିଥିବା ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ଶତାଧିକ ଯୁବକ ଭାଜପାରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଜିଲ୍ଲା ସଂପାଦକ ଅମିତ ସିଂନିନା ଓ ମହିଳା ମୋର୍ଚ୍ଚାର ନିଳିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଆଗଲପୁର ବ୍ଲକର ରୋତ, ରିନବଚନ, ଉଚବାହାଲ, ହଲଦିପଦର, ଝାରବନ୍ଧଲି, ବାଞ୍ଜିପାଲି, ରେଙ୍ଗାଲି, ଆଗଲପୁର, ଗୁଡିମୁଣ୍ଡା ଇତ୍ୟାଦି ଅଞ୍ଚଳର ଯୁବକମାନେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.

four × two =

error: Content is protected !!