
ବଲାଙ୍ଗିର, (କେପିଏନ୍ଏସ୍) : ନିତିଦିନ ଜୀବନ ଭିତରେ ଘଟୁଥିବା ସମସ୍ୟା ଏବଂ ଚଳନିକୁ ନେଇ ପ୍ରତିଦିନ ଫେସବୁକରେ ଜୀବନ ଧର୍ସା ନାମରେ ପ୍ରାୟ ତିନି ବର୍ଷ ଧରି ଲେଖି ଆସୁଥିବା ତରୁଣ କବି ରୁକ୍ମଣ ବିଶ୍ୱାଲ କଲମ ମୁନରେ କେତେଯେ ଶିକ୍ଷଣୀୟ ବାର୍ତ୍ତା ଜନମାନସକୁ ଭେଟି ଦେଇଛନ୍ତି । ଲଗାତର ୧୦୦୦ ଦିନରେ ୧୦୦୦ ଭାଗର ବିଭିନ୍ନ ଚରିତ୍ର ଉପରେ ସୁନ୍ଦର ସୁନ୍ଦର ଏକପଦୀ କବିତା । ଆଜି ସ୍ଥାନୀୟ ଅମଲାଭବନ ଠାରେ ତହଁକ୍ କୁଟୁମ୍ ତରଫରୁ ଯୁବକବି ରୁକ୍ମଣ ବିଶ୍ୱାଲଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ମଳୟ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ଏବଂ କବି ରୁକ୍ମଣ ବିଶ୍ୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ନିତ୍ୟାନନ୍ଦ ଜୁଏଡ ସ୍ଵାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ କବି ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଶିବନାରାୟଣ ଷଡଙ୍ଗୀ ଏବଂ ରାମଭକ୍ତ ଫରିକାର ମଞ୍ଚାସୀନ ଥିଲେ । ପୁସ୍ତମ ଜୁଆଡି ଏବଂ ମଧୂସୁଦନ ନେଗୀଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ୪୦ ଜଣ କବି ନିଜର ସ୍ଵରଚିତ କବିତା ପାଠ କରିଥିଲେ । ଗୋପୀନାଥ ଦଣ୍ଡସେନା ବ୍ରଜମୋହନ ବିଶୋଇ, ଉମେଶ ବିଶ୍ୱାଲ, ସରୋଜ ମହାକୁଡ, କବିତା ମିଶ୍ର, ପ୍ରଭାସିନୀ ଭୋଇ, ଅନନ୍ତ ବିଶ୍ୱାଲ, ଦୈତାରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୁଧିର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

